ସିଦ୍ଧାର୍ଥ ଶୁକ୍ଳାଙ୍କ ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶରୀର ଭିତରେ ଓ ବାହାରେ ନାହିଁ କୌଣସି ଆଘାତର ଚିହ୍ନ । ମୃତ୍ୟୁର କାରଣ ଜାଣିବା ପାଇଁ, ହେବ ହିଷ୍ଟୋପାଲୋଜି ଷ୍ଟଡି ଓ କେମିକାଲ ଆନାଲିସିସ୍ । ଭିସେରାକୁ ସୁରକ୍ଷିତ ରଖାଯିବ । କୁପର ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଦ୍ଧାର୍ଥ ଶୁକ୍ଳାଙ୍କ ଶବ ବ୍ୟବଛେଦ କରିଥିଲେ । ଗତକାଲି ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ନେଇ ସିଦ୍ଧାର୍ଥ ତାଙ୍କ ମାଙ୍କୁ ଜଣାଇଥିଲେ । ମା’ ପିଇବାକୁ ପାଣି ଦେଇଥିଲେ । ଆଉ ଶୋଇଯିବାକୁ କହିଥିଲେ । ହେଲେ ସକାଳୁ ଆଉ ଉଠିନଥିଲେ ସିଦ୍ଧାର୍ଥ ।