ପେରୁରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ଲିମା: ପେରୁର ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ହୋଯାଇଛି । ରାଜଧାନୀ ଲିମାରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ପରିସ୍ଥିତିକୁ ସ୍ଥିର କରିବା ପାଇଁ ରାଷ୍ଟ୍ରପତି ଏହା ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଜଣେ ଲୋକପ୍ରିୟ ଗାୟକଙ୍କ ହତ୍ୟା ପରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ଏହାକୁ ରୋକିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଘଟଣାକୁ ରୋକିବା ପାଇଁ ପୋଲିସକୁ ସାହାଯ୍ୟ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ପେରୁ ରାଷ୍ଟ୍ରପତି କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ୩୦ ଦିନ ପାଇଁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ, ଯେକୌଣସି ସମାବେଶ କିମ୍ବା ପ୍ରତିବାଦ ସମେତ ବିଭିନ୍ନ କାର୍ଯ୍ୟକଳାପ ନିଷେଧ କରାଯିବ । ପୋଲିସ ଏବଂ ସେନା ନ୍ୟାୟିକ ନିର୍ଦ୍ଦେଶ ବିନା ଗିରଫ କରିପାରିବେ ।