ଡ୍ରଗ୍ସ ମାମଲାରେ କରଣଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ନିଶାଦ୍ରବ୍ୟ ସମ୍ପୃକ୍ତି ଘଟଣାରେ ‘ଏନ୍‌ସିବି’ ସ୍କାନରରେ ଫିଲ୍ମ ନିର୍ମାତା କରଣ ଜୋହର। ଏହାସହ କରଣଙ୍କ ଘରେ ୨୦୧୯ ହୋଇଥିବା ପାର୍ଟିର ଭିଡିଓ ଏବେ ଏନସିବି ରାଡାର ରେ ରହିଛି। ଫିଲ୍ମ ନିର୍ମାତା କରଣ ଜୋହର ଉକ୍ତ ଭିଡିଓ କୁ ନେଇ ବର୍ତ୍ତମାନ୍ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ତାଙ୍କ ନାଁ ରେ ଆସିଥିବା ଅଭିଯୋଗ କୁ ସେ ଖଣ୍ଡନ କରିଛନ୍ତି। ଏଥିସହିତ ଏକ ବିବୃତ୍ତି ଜାରି କରିଛନ୍ତି।

ସୂଚନା ଯେ, ଜୁଲାଇ ୨୦୧୯ ରେ କରଣ ଏକ ଛୋଟ ହାଉସ ପାର୍ଟି କରିଥିଲେ । ସେହି ଭିଡିଓରେ ବହୁ ସେଲିବ୍ରେଟି ଥିବା ନଜର ଆସିଛନ୍ତି। ସେମାନେ ହେଲେ ଦୀପିକା ପାଦୁକୋନ, ମଲାଇକା ଆରୋରା, ଅର୍ଜୁନ କପୁର, ଶାହିଦ କପୁର, ରଣବୀର କପୁର, ବରୁଣ ଧାୱନ ଏବଂ ବିକି କୌଶଲ ପରି ଷ୍ଟାର ସେଲିବ୍ରେଟମାନେ ପାର୍ଟି ରେ ସାମିଲ ଥିଲେ। ସେମାନଙ୍କ ଏକାଠି ହେବାର ଏକ ଭିଡିଓ ସେୟାର କରିଥିଲେ । ଡ୍ରଗ୍ସ ମାମଲା ନେଇ ଖୋଳତାଡ଼ ଚାଲିଥିବାରୁ ଉକ୍ତ ଭିଡିଓ ଏବେ ବିବାଦ ଘେରକୁ ଆସିଛି। ଯାହାକୁ ନେଇ ମାମଲାରେ କରଣ ଏନସିବିର ସନ୍ଦେହ ଘେରକୁ ଆସିଛନ୍ତି ।

ଭିଡିଓର ଯାଞ୍ଚ ପାଇଁ ଧର୍ମା ପ୍ରଡ଼କ୍ସନ୍ସର ଦୁଇ ଜଣ କର୍ମଚାରୀଙ୍କୁ ଏନସିବି ଡାକି ପଚରା ଉଚରା କରିଥିଲା। ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ ଆଙ୍ଗଲ୍ ଯାଞ୍ଚ କରିବା ପାଇଁ ଏବେ ବହୁ ବଲିଉଡ ସେଲିବ୍ରେଟି ଏନସିବି ରାଡାରରେ ଆସିଛନ୍ତି ।

ତେବେ ଯେତେବେଳେ କରଣ ଜୋହରଙ୍କ ଉପରେ ଡ୍ରଗ୍ସ ସେବନର ଅଭିଯୋଗ ଆସିଲା ତାପରେ କରଣ ଏକ ସରକାରୀ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ମୁଁ ନିଶା ସେବନ କରେ ନାହିଁ ଏବଂ ମୁଁ ନିଶା ଦ୍ରବ୍ୟର ପଦାର୍ଥ ବ୍ୟବହାରକୁ ପ୍ରୋତ୍ସାହିତ କରେ ନାହିଁ କିମ୍ବା ଉତ୍ସାହିତ କରେ ନାହିଁ’। ସେ ଏକ ଦୃଢ ସ୍ପଷ୍ଟୀକରଣ ଜାରି କରି ନିଶ୍ଚିତ କରିଛନ୍ତି । ଏହାସହ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ନିଶାଦ୍ରବ୍ୟ ସମ୍ପୃକ୍ତି ଘଟଣାରେ ‘ଏନ୍‌ସିବି’ ଯେଉଁ ବ୍ୟକ୍ତିଦ୍ବୟଙ୍କୁ ପଚରାଉଚୁରା କରିଥିଲା ସେମାନେ ତାଙ୍କର ଘନିଷ୍ଠ ସହଯୋଗୀ ବୋଲି ପ୍ରସାରିତ ଖବରକୁ ମଧ୍ୟ ସେ ଅଗ୍ରାହ୍ୟ କରିଛନ୍ତି।

ଅନ୍ୟପଟେ କରଣଙ୍କ ବିବୃତ୍ତି ପରେ ଅନେକ ବଲିଉଡ ସେଲିବ୍ରେଟମାନେ କରଣଙ୍କ ସହ ଏକମତ ହୋଇଛନ୍ତି ଏବଂ ତାଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି । ଆଲିଆ ଭଟ୍ଟ, ବରୁଣ ଧାୱନ, ବିକି କୌଶଲ୍, ସୋନମ କପୁରଙ୍କ ପରି ଅନେକ ତାରକା ତାଙ୍କ ପୋଷ୍ଟକୁ ସମର୍ଥନ ଜଣାଇଛନ୍ତି।