ସିରିଜ ପୋଛିନେଲା ଟିମ ଇଣ୍ଡିଆ

ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ତୃତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଶେଷ ଦିନିକିଆରେ ୯୬ ରନରେ ସିରିଜ ପୋଛିନେଲା ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୬୫ ରନ କରିଥିବା ଭାରତ । ଜବାବରେ ୱେଷ୍ଟଇଣ୍ଡିଜ ଦଳ ୩୭.୧ ଓଭର ଖେଳି ୧୬୯ ରନରେ ଅଲଆଉଟ ହୋଇଯାଇଛି । ଇଣ୍ଡିଜ ପକ୍ଷର ସାଇ ହୋପ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ବ୍ରାଣ୍ଡୋନ କିଙ୍ଗ ୧୪ ରନ, ଡାରେନ ବ୍ରାଭୋ ୧୯ରନ, ନିକୋଲାସ ପୁରନ ୩୪ ରନ, ଜାସନ ହୋଲଡର ୬ରନ, ଅଲଜାରୀ ଜୋସେଫ୍‌ ୨୯ରନ, ଓଡେନ ସ୍ମିଥ ୩୬ରନ, ହେଡେନ ୧୩ରନ କରି ଆଉଟ ହୋଇଛନ୍ତି ।

ଭାରତ ପକ୍ଷରୁ ଦୀପକ ଚହର ୮ ଓଭର ବୋଲିଂକରି ୪୧ ରନ ଦେଇ ୨ଟି ୱିକେଟ ନେଇଥିବା ବେଳେ, ମହମ୍ମଦ ସିରାଜ ୩ ୱିକେଟ୍‌, ପ୍ରସିଦ୍ଧ କ୍ରୀଷ୍ଣା ୩ ୱିକେଟ୍‌, କୁଲଦୀପ ଯାଦବ ୨ ୱିକେଟ ନେବା ସହ ୱାଶିଂଟନ ସୁନ୍ଦର ୪ ଓଭରରେ ମାତ୍ର ୧୭ରନ ବ୍ୟୟ କରିଥିଲେ ।