ବଢିଲା ତେଜସ୍ୱୀଙ୍କ ଅଡୁଆ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ଆଇସୀଆରସୀଟୀସୀ ଘୋଟାଲା ମାମଲାରେ ତେଜସ୍ୱୀଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ସିବିଆଇ ରାଓସ ଏଭିନ୍ୟୁ କୋର୍ଟ ପହଞ୍ଚିଛି । ଅନ୍ୟପଟେ ସିବିଆଇ ଦାବିକୁ ଦୃଷ୍ଟିରେ ରଖି କୋର୍ଟ ପକ୍ଷରୁ ତେଜସ୍ୱୀଙ୍କୁ ନୋଟିସ ଜାରି କରି ଏହାର ଜବାବ ମଗାଯାଇଛି । ଗତ ମାସରେ ପାଟନାରେ ତେଜସ୍ୱୀ ଯାଦବ କହିଥିଲେ ଯେ, ସିବିଆଇ ଅଧିକାରୀଙ୍କର କ’ଣ ମା’ ଓ ପିଲାଛୁଆ ନାହାନ୍ତି ତାଙ୍କର କ’ଣ ପରିବାର ନାହିଁ ସେମାନେ କ’ଣ ସବୁବେଳେ ସିବିଆଇ ଅଧିକାରୀ ରହିବେ କ’ଣ ସେବାନିବୃତ ହେବେ ନାହିଁ ।

ଏହି ପାର୍ଟି କ’ଣ କେବଳ ଶାସନରେ ରହିବ । ଆପଣ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଆପଣମାନେ ସାମ୍ବିଧାନିକ କର୍ତ୍ତବ୍ୟକୁ ଭଲ ଭାବେ ପାଳନ କରନ୍ତୁ । ସୂଚନାଯୋଗ୍ୟ, ଆଇଆରସିଟିିସି ଟେଣ୍ଡର ଘୋଟାଲା ମାମଲାରେ ତେଜସ୍ୱୀ ଯାଦବ ୨୦୧୮ରୁ ଜାମିନରେ ଅଛନ୍ତି ।