ଗଞ୍ଜେଇ ଚୋରା ଚାଲାଣରେ ଅଭିଯୋଗରେ ଅବକାରୀ ୩ କର୍ମଚାରୀ ଗିରଫ

ଗଞ୍ଜେଇ ଚୋରା ଚାଲାଣରେ ଅଭିଯୋଗରେ ଅବକାରୀ ୩ ….

କୋରାପୁଟ : ଗଞ୍ଜେଇ ଚୋରା ଚାଲାଣରେ ଅଭିଯୋଗରେ ଅବକାରୀ ୩ କର୍ମଚାରୀ ଗିରଫ। ଏନେଇ ପଟାଙ୍ଗି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଅବକାରୀ କର୍ମଚାରୀଙ୍କ ସହିତ ୭ ଜଣ ଗିରଫ ହୋଇଛନ୍ତି। ପୋଲିସ  ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ଟ୍ରକ ଓ ଗୋଟେ ବୋଲେରୋ ସହ ୮ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।

ଅବକାରୀ କର୍ମଚାରୀଙ୍କ ଠାରୁ ବିଭାଗୀୟ ପରିଚୟ ପତ୍ର ସହ ୪ଟି ଏଟିଏମ କାର୍ଡ  ଏବଂ ୧୩ ହଜାର ୩୩୫ ଟଙ୍କା ଜବତ କରାଯାଇଛି। କୋରାପୁଟରୁ ଆନ୍ଧ୍ରପ୍ରଦେଶ ଚୋରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜୋଡିମାଦିଲିରେ ତାଙ୍କୁ ପଟାଙ୍ଗି ପୋଲିସ କାବୁ କିରିଛି ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରି ଅଦାଲତ ଚାଲାଣ କରିଯାଇଥିବା ପଟାଙ୍ଗୀ ପୋଲିସ ସୂଚନା ଦେଇଛନ୍ତି।