କାନ୍ଦିଲେ ବଲିଉଡ ଅଭିନେତ୍ରୀ ତାରା

ଏ ନେଇ ତାରା କହନ୍ତି ଥରେ ଏକ ର‍୍ୟାମ୍ପ ଶୋ’ରେ ମୁଁ ପ୍ରଥମଥର ପାଇଁ ଭାଗ ନେଇଥିଲି……

ମୁମ୍ବାଇ: ଜୀବନର ଯେକୌଣସି ପ୍ରଥମ କଥାକୁ ଭୁଲିବା ଏତେ ସହଜ ନୁହେଁ । ଆଉ ସେଥିରୁ ବା ତାରା ସୁତାରିଆ ବାଦ ପଡ଼ନ୍ତେ କିପରି ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ସେ ନିଜ ର‍୍ୟାମ୍ପ ଶୋ’ର ଅନୁଭୂତି ବିଷୟରେ ବଖାଣିଥିଲେ । ଏ ନେଇ ତାରା କହନ୍ତି ଥରେ ଏକ ର‍୍ୟାମ୍ପ ଶୋ’ରେ ମୁଁ ପ୍ରଥମଥର ପାଇଁ ଭାଗ ନେଇଥିଲି । ଯେତେବେଳେ ଷ୍ଟେଜ ଉପରକୁ ଗଲି ସେତେବେଳେ ନର୍ଭସ ହୋଇ ପଡ଼ିଥିଲି । ଆଉ କେତେବେଳେ ମୁଁ ପରଫରମାନ୍ସ ସାରି ଗ୍ରୀନ ରୁମକୁ ଆସିଛି ତାହା ଜାଣିପାରିନଥିଲି ।

ଶୋ’ ଶେଷ ହେବା ପରେ ମୁଁ ବାହାରକୁ ଆସିଲି । ଉପସ୍ଥିତ ଦର୍ଶକମାନେ ଯେତେବେଳେ ମୋତେ ପ୍ରଶଂସା କରିବାକୁ ଅରମ୍ଭ କଲେ ସେତେବେଳେ ମୁଁ ଏତେ ଖୁସି ହୋଇଯାଇଥିଲି ଯେ ମୋ ଆଖିରୁ ଲୁହ ଗଡ଼ି ପଡ଼ିଥିଲା । ହେଲେ କିଛି ସମୟ ପରେ ସାଧାରଣ ଅବସ୍ଥାକୁ ଆସି ସେମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନଥିଲି । ଏହି ର‍୍ୟାମ୍ପ ଶୋ’ର ଅନୁଭୂତି ମୋ ମନରେ ସବୁବେଳେ ସତେଜ ହୋଇ ରହିବ ।