ଟି-୨୦ ବିଶ୍ୱକପ ଦଳ ଘୋଷଣା କଲା ୟୁଏଇ

ନିକଟରେ ୩୩ ବର୍ଷୀୟ ରୋହନ ମୁସ୍ତାଫା ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା……

ନୂଆଦିଲ୍ଲୀ : ଏମିରେଟ୍ସ କ୍ରିକେଟ ବୋର୍ଡ ଆଗାମୀ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଶନିବାର ଦଳ ଘୋଷଣା କରିଛି । ୟୁଏଇର ବିଶ୍ୱକପ ପାଇଁ ଘୋଷିତ ୧୫ ଜଣିଆ ଦଳରେ ସବୁଠୁ ଅଭିଜ୍ଞ ଖେଳାଳି ରୋହନ ମୁସ୍ତାଫାଙ୍କ ନାମ ନ ଥିବା ଦେଖାଯାଇଛି । ଏହା ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ୩୩ ବର୍ଷୀୟ ରୋହନ ମୁସ୍ତାଫା ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା । ଓମାନରେ ଅନୁଷ୍ଠିତ ଏସିଆ କପ ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କୁ ଏକାଦଶରୁ ବାହାର କରାଯାଇଥିଲା ।

ତେବେ କେରଳର ଥ୍ରୀସୁରରେ ଜନ୍ମିତ ୩୪ ବର୍ଷୀୟ ଚନ୍ଦନଗପୋଇଲ ରିଜୱାନଙ୍କୁ ଦଳର ଅଧିନାୟକ ଭାବରେ ଦାୟିତ୍ୱ ମିଳିଛି । ଘୋଷିତ ଦଳ: ସିପି ରିଜୱାନ (କ୍ୟାପଟେନ), ଭ୍ରିତିଆ ଅରବିନ୍ଦ (ଉପ-ଅଧିନାୟକ), ଚିରାଗ ସୁରୀ, ମହମ୍ମଦ ୱାସିମ, ବେସିଲ ହେମିଦ, ଆର୍ଯ୍ୟନ ଲାକ୍ରା, ଜୱାର ଫରିଦ, କାଶୀଫ ଡାୱଡ, କାର୍ତ୍ତିକ ମେୟାପ୍ପାନ, ଅହମ୍ମଦ ରଜା, ଜାହୋର ଖାନ, ଜୁନାଦ ସିଦ୍ଦିକି, ସାବୀର ଅଲି, ଆଲିଶାନ ଶାରାଫୁ ଏବଂ ଆୟାନ ଖାଁ । ରିଜର୍ଭ ଖେଳାଳି: ସୁଲତାନ ଅହମ୍ମଦ, ଫାହାଦ ନୱାଜ, ବିଷ୍ଣୁ ସୁକୁମାରନ, ଆଦିତ୍ୟ ଶେଟ୍ଟୀ, ସଞ୍ଚିତ ଶର୍ମା ।