160×600
160×600

ଭୟଙ୍କର ଦୁର୍ଘଟଣା: ଜଳି ଗଲେ ୧୮ ଯାତ୍ରୀ

ନୂଆଦିଲ୍ଲୀ: ବସ ଓ ଇନ୍ଧନ ବୋଝେଇ ଟ୍ୟାଙ୍କର ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ଜଳ ଗିଲେ ୧୮ ଯାତ୍ରୀ । ଉତ୍ତର ମେକ୍ସିକୋର ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ଇନ୍ଧନ ନେଇ ଯାଉଥିବା ଏକ ଟ୍ୟାଙ୍କର ଓ ଯାତ୍ରୀବାହୀ ବସ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ପରେ ଦୁଇଟି ଯାକ ବାହାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ପ୍ରଥମେ ଦୁର୍ଘଟଣା ସ୍ଥଳରୁ ୯ ଜଣଙ୍କ ମୃତଦେହ ମିଳିଥିବା ବେଳେ ପରେ ଆଉ ୯ ଜଣଙ୍କ ଜଳି ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର । ଏହି ଦୁର୍ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ତେବେ ବସ୍‌ରେ କେତେ ଜଣ ଯାତ୍ରୀ ଥିଲେ ତାହା ଜଣପାଡିନଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।