ଝୁଲାପୋଲର ଦୁର୍ଘଟଣା, ଅଭିନୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ମୁଖ୍ୟମନ୍ତ୍ରୀ ଥିଲାବେଳେ କଣ କରୁଥିଲେ ମୋଦି….

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଥିଲେ ମଧ୍ୟ ମୋଦୀଙ୍କ ବିନା ଅନୁମତିରେ ଗୁଜରାଟରେ ପତ୍ରଟିଏ ହଲେ ନାହିଁ ବୋଲି ସାରା ଭାରତ ଜାଣିଛି । ଏ ପରିସ୍ଥିତିରେ ଝୁଲାପୋଲର ଦଦରା ଅବସ୍ଥା ମୋଦୀଙ୍କ ଦୃଷ୍ଟିରୁ ଖସିଯିବା ଉପରେ ଅଧିକାଂଶ ଲୋକ ସନ୍ଦେହ ପ୍ରକଟ କରିଛନ୍ତି । ଗୁଜରାଟର ବିଜେପି ସରକାର ଏତେବଡ଼ ଭୁଲ କିପରି କଲା; ତାହା ଅନେକଙ୍କୁ ବିସ୍ମିତ କରିଛି । ଦୁର୍ଘଟଣା ଘଟିବାର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦୀ ମୋର୍ବି ଗସ୍ତ କରି ମୃତାହତଙ୍କ ପରିଜନଙ୍କୁ ଭେଟି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏଭଳି ନାଟକ କରିବା ଫଳରେ କ’ଣ ମୃତ ଲୋକମାନେ ବଂଚିଯିବେ । ଗଲା ପୁତ୍ର ଆଉ ବାହୁଡ଼ି ନଆସିବ; ବିଜେପିର ଅକ୍ଷମଣୀୟ ଭୁଲର କ୍ଷମା ନାହିଁ । ୧୪୩ ବର୍ଷର ଝୁଲାପୋଲର ମରାମତିକୁ ଭଲ ଭାବରେ ଯାଂଚ ନକରି ଲୋକମାନଙ୍କୁ ଯା’ଆସ ପାଇଁ ଅନୁମତି ଦେବା କେତେଦୂର ଯଥାର୍ଥ ।

କେବଳ ସେତିକି ନୁହେଁ, ଗୋଟିଏ ଅନଭିଜ୍ଞ ସଂସ୍ଥା ହାତକୁ ଝୁଲାପୋଲର ମରାମତି ଦାୟିତ୍ୱ ଟେକିଦେବା ପଛରେ କୋଉ ମନ୍ତ୍ରୀର ହାତ ଅଛି? କୋଉ ପ୍ରଶାସନିକ ଅଧିକାରୀ ଦାୟୀ, ତା’ର ତଦନ୍ତ ଜରୁରୀ । ମରାମତି ସଂସ୍ଥାର କିଛି ଲୋକଙ୍କୁ ଜେଲରେ ପୁରାଇ ଦେଲେ ମାମଲା ଥଣ୍ଡା ପଡ଼ିଯିବନି ।

ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଝୁଲାପୋଲ ପ୍ରତି କି’ ନ୍ୟାୟ କରିଥିଲେ, ତା’ର ବିତର୍କ ହେବା ଦରକାର । ଦେଶର ମୁଖିଆ ପଦରେ ବସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରିବା ବିରାଟ ଭୁଲ ନିଶ୍ଚିତ । ୧୪୩ ଜଣଙ୍କ ଜୀବନ ହାନି ପାଇଁ ଗୁଜରାଟର ଭବିଷ୍ୟତ ମୋଦୀଙ୍କୁ କେବେ କ୍ଷମା କରିବନି ।