ଏପ୍ରିଲ ୧୬ରୁ ପ୍ରତି ଶନିବାର ଓ ରବିବାର ଖୋଲିବ ଏମ୍ସ ଓପିଡି ଖୋଲା

ଭୁବନେଶ୍ୱର:  ଆସନ୍ତା ୧୬ତାରିଖରୁ ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଖୋଲିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ସପ୍ତାହର ଶନିବାର ଓ ରବିବାର ଏହା ଖୋଲା ରହିବ । ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଉକ୍ତ ଦୁଇଦିନ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ), ଜେନେରାଲ୍‌ ସର୍ଜରୀ (ଶଲ୍ୟ ଚିକିତ୍ସା) ଓ ସ୍କିନ୍‌ (ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ଚିକିତ୍ସା କରିବେ । ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶେଷ ଦୁଇଦିନ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି ।