ଦୈନିକ ହେଉଛି ୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ବ୍ୟାଙ୍କିଂ ଠକେଇ । ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ବ୍ୟାଙ୍କିଂ ଠକେଇକୁ ରୋକାଯାଇ ପାରୁନାହିଁ । ଫଳରେ ବ୍ୟାଙ୍କ ଗୁଡ଼ିକ ଅନେକ କ୍ଷତି ସହୁଛନ୍ତି । ଦେଶର ସମସ୍ତ ରାଜ୍ୟରେ ଏପରି ଘଟଣା ସାମ୍ନାକୁ ଆସୁଛି । ସବୁଠାରୁ ବଡ଼ କଥା ହେଉଛି ଏହି ଠକେଇରେ ସର୍ବ ପ୍ରଥମେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରର ବ୍ୟାଙ୍କ ଗୁଡ଼ିକରେ ସର୍ବାଧିକ ଠକେଇ ହୋଇଥିବା ସୂଚନା ଦେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ୭ ବର୍ଷ ମଧ୍ୟରେ ଦେଶରେ ମାତ୍ରାଧିକ ଠକେଇ ହୋଇଛି । ଠକେଇ ଯୋଗୁ ଦେଶରେ ଦୈନିକ ୧୦୦ କୋଟି ଟଙ୍କା କ୍ଷତି ହୋଇଛି ।