ବାଇଡେନ ପ୍ରଶାସନ ଆମେରିକାକୁ ଧ୍ୱଂସ କରୁଛନ୍ତି: ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଗୁରୁତର ଅଭିଯୋଗ …

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନ୍‌ଙ୍କ ପ୍ରଶାସନ ଆମେରିକାକୁ ଧ୍ୱଂସ କରୁଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଏକ ରାଲିକୁ ସମ୍ବୋଧନ କରି ଏହି ଅଭିଯୋଗ କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସେ କହିଛନ୍ତି ଯେ ଏହା ସତ ଯେ ନିର୍ବାଚନରେ ଜାଲିଆତୀ ଓ ଚୋରି ହୋଇଥିଲା । ଏବେ ଆମ ଦେଶକୁ ବର୍ବାଦ କରାଯାଉଛି । ଆମ ଦେଶ ନର୍କକୁ ଯାଉଛି । ପୂର୍ବରୁ ମୁଁ କେବେ ଏମିତି ଦେଖି ନାହିଁ । ସେହିପରି ଆମେରିକାରେ ବଢୁଥିବା ପେଟ୍ରୋଲ ଦର ଯୋଗୁ ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅନ୍ୟପକ୍ଷରେ ଆମେରିକାର ରେକର୍ଡ ମୁଦ୍ରାସ୍ଫିତି ଓ ପେଟ୍ରୋଲର ଦର ବୃଦ୍ଧି ପାଇଁ ବର୍ତ୍ତମାନ ବାଇଡେନ ସରକାର ହିଁ ଦାୟୀ ହୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।