ବଜେଟ-୨୦୨୨ରେ ଅର୍ଥ ମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ : ବଜେଟ-୨୦୨୨ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ମହିଳା, କୃଷକ, ଓ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମର ଲକ୍ଷ୍ୟ ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ । ବଜେଟରେ ହୋଇଥିବା ବଡ ଘୋଷଣା ହେଲା ଦେଶରେ ଯୁବକଙ୍କୁ ମିଳିବ ୬୦ ଲକ୍ଷ ନିଯୁକ୍ତି ମିଳିବା ସହ ଆଗାମୀ ୩ ବର୍ଷରେ ୪୦୦ବନ୍ଦେ ଭାରତ ଟ୍ରେନ ଗଡିବ । ସେହିପରି ୩ ବର୍ଷରେ ୧୦୦ ପିଏମ ଗତି ଶକ୍ତି କାର୍ଗ ଟର୍ମିନାଲ ବିକଶିତ କରାଯିବ । ୧.୫ ଲକ୍ଷ ପୋଷ୍ଟ ଅଫିସକୁ ବ୍ୟାଙ୍କିଂ ସିଷ୍ଟମ ସହ ଯୋଡାଯିବ । ଯାହା ଫଳରେ ପୋଷ୍ଟ ଅଫିସ୍‌ରେ ମଧ୍ୟ ଅନଲାଇନ୍‌ ନେଣଦେଣ ହୋଇ ପାରିବ ।

ସେହିପରି ୮୦ ଲକ୍ଷ ନୂତନ ପକ୍କା ଘର ନିର୍ମାଣ କରାଯିବା ସହ ଦେଶରେ ଏକ ଡିଜିଟାଲ ବିଶ୍ୱ ବିଦ୍ୟାଳୟ ନିର୍ମାଣ କରାଯିବ । ସେହିପରି ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଦେଶରେ ୫ ବଡ ନଦୀକୁ ସଂଯୋଗ କରିବା ପାଇଁ ଜଳ ସମ୍ବଳ ବିକାଶ ମନ୍ତ୍ରଣାଳୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ୭୫ ଜିଲ୍ଲାରେ ଡିଜିଟାଲ୍‌ ବ୍ୟାଙ୍କିଂ ଆରମ୍ଭ କରାଯିବ ସହିତ ଇ-ପାସପୋର୍ଟ ଲାଗୁ ହେବ । ସହରାଞ୍ଚଳ ବିକାଶ ପାଇଁ ସେଣ୍ଟର ଅଫିସ ଏକ୍ସିଲେନ୍ସ ସ୍ଥାପନ କରାଯିବ । ୱାନ ନେସନ, ୱାନ ରେଜିଷ୍ଟ୍ରେସନ ଯୋଜନା ଆରମ୍ଭ ହେବ । ଏଥିରେ ବ୍ୟବସାୟ କରିବାରେ ସହଜ ହେବ ଏବଂ ଇଲେକ୍ଟ୍ରିକ ଯାନ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା ପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ ।