ଆସନ୍ତା ୨୭ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ

ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ରବିବାର ୟୁପି ମୁଜାଫରନଗରରେ ବିଭିନ୍ନ ଚାଷୀ ସଂଗଠନର ନେତା ଏକାଠି ହୋଇ ଚାଷୀ ମହାପଞ୍ଚାୟତ କରିଛନ୍ତି। ଏହି ସମାବେଶ ଜରିଆରେ ଶାସକ ଦଳ ବିଜେପିକୁ ଆଗାମୀ ଦିନରେ ଘେରିବା ପାଇଁ ଚାଷୀ ମାନେ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରସ୍ତୁତିର ଉଦ୍ଦେଶ୍ୟ ହେଉଛି ଶାସକ ଦଳ ବିଜେପିର ଭୋଟ୍ ବ୍ୟାଙ୍କ କିଭଳି ପ୍ରଭାବିତ ହେବ। ଅନ୍ୟପଟେ ସେପ୍ଟେମ୍ୱର ୨୭ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ। ଏହି ଦିନ ସାରା ଦେଶରେ ଟ୍ରେନ ଏବଂ ବସ ଯାତ୍ରା ବନ୍ଦ ରହିବ ବୋଲି ଚାଷୀ ନେତା କହିଛନ୍ତି।