ପୃଥିବୀର ସବୁଠୁ ବିଷଧର ଜୀବ ! ଯାହା ସ୍ପର୍ଶର କିଛି ସେକେଣ୍ଡରେ ହୋଇଥାଏ ମୃତ୍ୟୁ

ଆଜ୍ଞା ହଁ ପୃଥିବୀରେ ଏପରି ଏକ ଜୀବ ରହିଛି ଯାହାର ବିଷ ମାତ୍ର କିଛି ସେକେଣ୍ଡ ମଧ୍ୟରେ କାହାକୁ ଜୀବନରୁ…

ନୂଆଦିଲ୍ଲୀ: ଏହି ଦୁନିଆରେ ଛୋଟବଡ଼ ଅନେକ ଜୀବଜନ୍ତୁ ରହିଛନ୍ତି । ପ୍ରକୃତି ଏହି ପୃଥିବୀ ପୃଷ୍ଠରେ ଅନେକ ଜୀବଜନ୍ତୁଙ୍କୁ ସ୍ଥାନ ଦେଇଛି । ସେଥିମଧ୍ୟରୁ କିଛି ଜୀବ ନୀରିହ ରହିଥିବା ବେଳେ କିଛି ଜୀବ ବିଷାକ୍ତ ମଧ୍ୟ ରହିଛନ୍ତି । ଆମେ ବିଷାକ୍ତ ଜୀବ କହିଲେ ସାଧାରଣତଃ ସାପ ଓ କିଛି କୀଟକୁ ଜାଣନ୍ତି । କିଛି ଲୋକ ସାପକୁ ସବୁଠୁ ବେଶୀ ବିଷାକ୍ତ ଜୀବ କୁହନ୍ତି । ଆଉକିଛି ଲୋକ କିଛି କୀଟପତଙ୍ଗ ଓ ଜଙ୍ଗଲୀ ଜନ୍ତୁଙ୍କୁ ମଧ୍ୟ ସବୁଠୁ ବିଷାକ୍ତ ବୋଲି କହିଥାଆନ୍ତି ।

ହେଲେ ଆସନ୍ତୁ ଜାଣିବା ପ୍ରକୃତରେ ପୃଥିବୀରେ କଉଁ ଜୀବ ଅଧିକ ବିଷାକ୍ତ । ଯାହାର ସ୍ପର୍ଶ ମାତ୍ରେ ମୃତ୍ୟୁକୁ ଆମନ୍ତ୍ରଣ କରାଯାଇଥାଏ ।

ଆଜ୍ଞା ହଁ ପୃଥିବୀରେ ଏପରି ଏକ ଜୀବ ରହିଛି ଯାହାର ବିଷ ମାତ୍ର କିଛି ସେକେଣ୍ଡ ମଧ୍ୟରେ କାହାକୁ ଜୀବନରୁ ମାରିପାରେ । ଯାହାକୁ ନେଇ କିଛି ବୈଜ୍ଞାନିକ ତାଙ୍କ ମତ ପ୍ରକାଶ କରିଛନ୍ତି । ଆଉ ବୈଜ୍ଞାନିକ ମାନେ ଏହି ଜୀବକୁ ଅତ୍ୟନ୍ତ ବିପଦଜ୍ଜନକ ବୋଲି କହିଛନ୍ତି । କୁହାଯାଇଛି କି ଜିଓଗ୍ରାଫି କୋନ୍‌ ସ୍ନେଲ (Conus geographus) ହେଉଛି ଦୁନିଆର ସବୁଠୁ ବିଷଧର ଜୀବ । ଯାହାକି ଅତ୍ୟନ୍ତ ବିପଦଜ୍ଜନକ । ଏହି ଜୀବ କାହାକୁ ସ୍ପର୍ଶ କରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ତାହାର ମୃତ୍ୟୁ ହୋଇଥାଏ । ଏହି ପ୍ରାଣୀ ଭାରତର ପ୍ରଶାନ୍ତ ମହାସାଗରରେ ରହିଥିବା କୁହାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ଜୀବ ବା ‘ଜିଓଗ୍ରାଫି କୋନ୍‌ ସ୍ନେଲ’ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଜୀବର ବିଷାକ୍ତକୁ ଦୂର କରିବାକୁ କୌଣସି ଔଷଧ ନଥିବା ମଧ୍ୟ କୁହାଯାଇଛି । ଖାଲି ସେତିକି ନୁହେଁ ଏହା ସମସ୍ତ ସାପ ଓ ଅନ୍ୟ ବିଷାକ୍ତ ଜୀବ ମାନଙ୍କ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ବୋଲି କୁହାଯାଇଛି ।