ଆଜିଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏକମାତ୍ର ମହିଳା ଟେଷ୍ଟମ୍ୟାଚ୍

ଗୋଲ୍‌ଡକୋଷ୍ଟ: ଶୁକ୍ରବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏକମାତ୍ର ମହିଳା ଟେଷ୍ଟମ୍ୟାଚ୍ ଆରମ୍ଭ ହେଉଛି। ଏହି ୪-ଦିନିଆ ମାଚ୍‌ ଦିବାରାତ୍ର ହେବ ଏବଂ ଏହା ଗୋଲାପୀ ବଲ୍‌ରେ ଖେଳାଯିବ। ଦୀର୍ଘ ୧୫ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଟେଷ୍ଟମ୍ୟାଚ୍‌ ଖେଳାଯାଉଛି। ଭାରତ ଓ ଅଷ୍ଟ୍ରେଲିଆ ୨୦୦୬ରେ ଏକ ଟେଷ୍ଟମ୍ୟାଚ୍ ଖେଳିଥିଲେ। ଉଭୟ ଦଳର ଖେଳାଳିଙ୍କ ମଧ୍ୟରୁ କେବଳ ଭାରତୀୟ ଅଧିନାୟିକା ମିତାଲି ରାଜ୍ ଓ ଭାରତର ପ୍ରମୁଖ ପେସ୍ ବୋଲର ମିତାଲି ରାଜ୍ ସେହି ମ୍ୟାଚ୍‌ ଖେଳିଥିଲେ। ୩ୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଖେଳାଳି ଲଢ଼ୁଆ ପ୍ରଦର୍ଶନ କରି ବିଜୟୀ ହେବା ମିତାଲି ରାଜ୍‌ଙ୍କ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଛି। ଦିନିକିଆ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ହାରିବା ପରେ ଭାରତ ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।