ଓଏଏସ୍‌ ସ୍ତରରେ ଛୋଟ ଧରଣ ବଦଳି

ଭୁବନେଶ୍ୱର: ୪୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୋଟ ୩୧ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ଅନ୍ୟ ୭ଜଣ ଓଏଏସଙ୍କୁ ତହସିଲଦାର ଓ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ନୂଆଦିଲ୍ଲୀରେ ଯୁଗ୍ମ ଆବାସିକ କମିଶନର ପ୍ରେମଜିତ୍‌ ନାୟକଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ହେମନ୍ତ କୁମାର ସିଂଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ପୁଣ୍ୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀସ୍ଥିତ ଯୁଗ୍ମ ଆବାସିକ କମିଶନର, ନୀଳମାଧବ ଭୋଇଙ୍କୁ ଛତ୍ରୁର ଉପଜିଲ୍ଲାପାଳ, ସରୋଜ କୁମାର ଦାଶଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଓ ଦେବଦତ୍ତ ମହାନ୍ତିଙ୍କୁ କରଞ୍ଜିଆ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି ।