ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ଦେଶବାସି

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶର ଅନେକ ଭାଗରେ ଶୁକ୍ରବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ବସନ୍ତର ପ୍ରାରମ୍ଭରେ ପାଳନ କରାଯାଉଥିବା ଏହି ପର୍ବରେ ଲୋକମାନେ ପରସ୍ପର ମଧ୍ୟରେ ରଙ୍ଗ ଲଗାଇ, ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଆନନ୍ଦ ଉଲ୍ଲାସରେ ନାଚଗୀତ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଉତ୍ତର ଭାରତରେ ଧୁମଧାମରେ ହୋଲି ପାଳନ କରାଯାଉଛି।

ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ସାମାଜିକ ସମାନତା ଓ ଭାଇଚାରାର ଏକ ଉଦାହରଣ ।