ଭାରତର ସମୃଦ୍ଧ ସଂଗୀତ ପରମ୍ପରାକୁ ସଂରକ୍ଷଣ ତଥା ପାଳନ କରିବା ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ସଂଗୀତ ପରମ୍ପରାକୁ ସଂରକ୍ଷଣ ତଥା ପାଳନ କରିବା ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହା ଆମ ଯୁବଗୋଷ୍ଠି ଏବଂ ଆମ ସଂସ୍କୃତି ମଧ୍ୟରେ ସଂଯୋଗକୁ ଆହୁରି ଗଭୀର କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

କାଲା ରାମନାଥଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅସାଧାରଣ ପ୍ରୟାସ, ସଂରକ୍ଷଣ ତଥା ଉତ୍ସାହର ସୂଚକ ତଥା ଭାରତର ସମୃଦ୍ଧ ସଂଗୀତ ପରମ୍ପରାକୁ ପାଳନ କରିବା । ମୁଁ ନିଶ୍ଚିତ ଯେ ଏହା ଆମର ଯୁବଗୋଷ୍ଠି ଏବଂ ଆମ ସଂସ୍କୃତି ମଧ୍ୟରେ ସଂଯୋଗକୁ ଆହୁରି ଗଭୀର କରିବ ।”