ବ୍ରୋଞ୍ଜ ପଦକ ଜିତିଥିବା ଅଶୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ -୬୫ କିଲୋଗ୍ରାମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଅଶୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅଶୋକଙ୍କ ଅତୁଳନୀୟ ଦକ୍ଷତା, ଶକ୍ତି ଓ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ରେ ପୋଷ୍ଟ କରିଛନ୍ତି:

“ଆମର ପାରା ପାୱାରଲିଫ୍ଟର ଅଶୋକଙ୍କ ପାଇଁ ଏକ ବିଜୟର ମୁହୂର୍ତ୍ତ! ପୁରୁଷ – ୬୫ କିଲୋଗ୍ରାମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଶୋକଙ୍କୁ ଅଭିନନ୍ଦନ ।

ତାଙ୍କର ଅତୁଳନୀୟ ଦକ୍ଷତା, ଶକ୍ତି ଏବଂ ସଂକଳ୍ପ ଆମ ଦେଶ ପାଇଁ ଗୌରବ ଆଣିଛି।