କୁନୋରେ ଛଡା ଯାଇଥିବା ଚିତାଙ୍କ ସମ୍ପର୍କିତ ଖବର ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୂଚନା ଦେଇଛନ୍ତି ଯେ, ବାଧ୍ୟତାମୂଳକ ପୃଥକବାସ ପରେ କୁନୋ ବାସସ୍ଥଳୀ ସହ ଖାପ ଖୁଆଇବା ପାଇଁ ୨ଟି ଚିତାଙ୍କୁ ବୃହତ ଏନକ୍ଲୋଜରରେ ଛଡା ଯାଇଛି ।

ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି;

“ବଢିଆ ଖବର ! ମୋତେ ସୂଚନା ଦିଆଯାଇଛି ଯେ, ବାଧ୍ୟତାମୂଳକ ପୃଥକବାସ ପରେ କୁନୋ ବାସସ୍ଥଳୀ ସହ ଖାପ ଖୁଆଇବା ପାଇଁ ୨ଟି ଚିତାଙ୍କୁ ବୃହତ ଏନକ୍ଲୋଜରରେ ଛଡା ଯାଇଛି । ଅନ୍ୟମାନଙ୍କୁ ଶୀଘ୍ର ଛଡାଯିବ । ସମସ୍ତ ଚିତା ସୁସ୍ଥ, ସକ୍ରିୟ ଥିବା ସହ ପରିବେଶ ସହ ଭଲ ଭାବେ ଖାପ ଖୁଆଉଥିବା ଜାଣି ଖୁସି ।”