160×600
160×600

ଅଗଷ୍ଟ ୧୨ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୩ ରେ ମଧ୍ୟପ୍ରଦେଶ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨:୧୫ ସମୟରେ ସେ ସାଗର ଜିଲ୍ଲାରେ ପହଞ୍ଚିବେ, ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ । ଅପରାହ୍ନ ପ୍ରାୟ ୩:୧୫ ସମୟରେ ପ୍ରଧାନମନ୍ତ୍ରୀ ଧନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବିଶିଷ୍ଟ ସାଧୁ ତଥା ସମାଜ ସଂସ୍କାରକଙ୍କୁ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିଶେଷ ଅଂଶ ଅଟେ । ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ୧୧.୨୫ ଏକରରୁ ଅଧିକ ଅଞ୍ଚଳରେ ର୍ନିମାଣ ହେବ ଏବଂ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ । ଏହି ମହାନ୍ ସ୍ମାରକୀରେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀଙ୍କର ଜୀବନ, ଦର୍ଶନ ଏବଂ ଶିକ୍ଷା ପ୍ରଦର୍ଶନ କରିବାକୁ ଏକ ଆକର୍ଷଣୀୟ କଳା ସଂଗ୍ରହାଳୟ ଏବଂ ଗ୍ୟାଲେରୀ ରହିବ । ଏଥିରେ ସ୍ମାରକୀ ପରିଦର୍ଶନ କରିବାକୁ ଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ, ଭୋଜନାଳୟ ଇତ୍ୟାଦିର ସୁବିଧା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ୪୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳ ଏବଂ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । କୋଟା-ବୀଣା ରେଳ ମାର୍ଗର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ । ପ୍ରାୟ ୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ପ୍ରକଳ୍ପ ରାଜସ୍ଥାନର କୋଟା ଏବଂ ବରନ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୁନା, ଅଶୋକନଗର ଏବଂ ସାଗର ଜିଲ୍ଲା ଦେଇ ଯାଇଥାଏ । ଅତିରିକ୍ତ ରେଳ ଲାଇନ ଉନ୍ନତ ଗତିଶୀଳତା ପାଇଁ କ୍ଷମତା ବୃଦ୍ଧି କରିବ ଏବଂ ଏହି ମାର୍ଗରେ ଟ୍ରେନର ବେଗକୁ ବଢାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୧୫୮୦ କୋଟିରୁ ଅଧିକ ମୂଲ୍ୟରେ ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ମୋରିକୋରୀ – ବିଦିଶା – ହିନୋତିୟାକୁ ସଂଯୋଗ କରୁଥିବା ଏକ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ହିନୋତିୟାକୁ ମେହଲୁୱା ସହିତ ସଂଯୋଗ କରୁଥିବା ଏକ ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।