ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ବ୍ୟାନ୍‌ କରିଛି ତାଲିବାନ

କାବୁଲ: ଆରମ୍ଭ ହୋଇଯାଇଛି ଆଇପିଏଲ୍‌-୨୦୨୧ ଦ୍ୱିତୀୟ ଫେଜ୍‌ ମ୍ୟାଚ୍‌। ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି। ସେପଟେ ଟି-୨୦ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବି ଉତ୍ସାହ ବଢ଼ିଛି। ସାରା ବିଶ୍ୱର ଦର୍ଶକ ଏହି ମ୍ୟାଚ୍‌ର ମଜା ଉଠାଉଛନ୍ତି। ଆଫଗାନିସ୍ତାନବାସୀ କିନ୍ତୁ ଏଥିରୁ ବାଦ୍‌ ପଡିଛନ୍ତି। ଆଫଗାନବାସୀ ଆଇପିଏଲ୍‌ ମଜା ନେଇପାରିବେ ନାହିଁ କି ନିଜ ନିଜ ସୁପରଷ୍ଟାର୍‌ଙ୍କୁ ଖେଳୁଥିବା ଦେଖିପାରିବେ ନାହିଁ। ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ବ୍ୟାନ୍‌ କରିଛି ତାଲିବାନ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ତାଲିବାନୀ ଶାସନ ଚାଲିଛି। ସେ ଯାହା କହୁଛି ତାହା ହିଁ ହେଉଛି। ଆଫଗାନିସ୍ତାନରେ ଆଇପିଏଲ୍‌ ମ୍ୟାଚ୍‌ ପ୍ରସାରଣ ହେବ ନାହିଁ ବୋଲି ଏବେ ତାଲିବାନ ନିଷ୍ପତ୍ତି ନେଇଛି। ସମ୍ଭାବ୍ୟ ‘ଇସ୍‌ଲାମ-ବିରୋଧୀ ଆଧେୟ’ ଥିବା ଆଶଙ୍କା କରି ଆଫଗାନିସ୍ତାନରେ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ୨୦୨୧’ ଟେଲିକାଷ୍ଟ ଉପରେ ରୋକ ଲଗାଯାଇଛି।