ବାତ୍ୟା ‘ଅସାନି’ ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ପରୀକ୍ଷା

ବାତ୍ୟା ‘ଅସାନି’ ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍‌ ଇଣ୍ଟର ମିଡିଏଟ୍‌ ଏଜୁକେସନର…..

ଆନ୍ଧ୍ରପ୍ରଦେଶ: ବାତ୍ୟା ‘ଅସାନି’ ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍‌ ଇଣ୍ଟର ମିଡିଏଟ୍‌ ଏଜୁକେସନର ପରୀକ୍ଷା । ପ୍ରବଳ ବର୍ଷା ଓ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଜି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇ ଆସନ୍ତା ୨୫ ତାରିଖକୁ ଘୁଞ୍ଚିଇ ଦିଆଯାଇଥିବା ସୂଚନା ଦିଆଯାଇଛି । ତାହା ସହ କୁହାଯାଇଛି କି ଆସନ୍ତାକାଲି ଠାରୁ ହେବାକୁ ଥିବା ସମସ୍ତ ପରୀକ୍ଷା ଅପରିବର୍ତ୍ତୀତ ରହିବ ।  ଯେଉଁ ସମୟରେ ପରୀକ୍ଷା ହେବାକୁ ନିଷ୍ପତ୍ତି ହୋଇଛି ସେହି ସମୟରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବାତ୍ୟା ‘ଅସାନି’ ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି । ଘଣ୍ଟାକୁ ୧୨ କିମି ବେଗରେ ବାତ୍ୟା ‘ଅସାନି’ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।