ଶୀତକାଳୀନ ଅଲିମ୍ପିକ୍ସ- ୨୦୨୨ ଉଦ୍‌ଯାପିତ

ଇଟାଲୀରେ ୨୦୨୬ ଶୀତକାଳନୀ ଅଲିମ୍ପିକ୍ସ

ବେଜିଂ: ଦ ବାଡର୍ସ ନେଷ୍ଟ ଷ୍ଟାଡ଼ିୟମରେ ଫେବୃଆରୀ ୪ରୁ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍‌ସ ଉଦ୍‌ଯାପିତ ହୋଇଯାଇଛି। ରବିବାର ୨୦୨୨ ବେଜିଂ ଅଲିମ୍ପିକ୍‌ସ ଷ୍ଟାଡ଼ିୟମରେ ଆୟୋଜିତ ରଙ୍ଗାରଙ୍ଗ ଉଦ୍‌ଯାପନୀ ଉତ୍ସବରେ ଚୀନ୍‌ ରାଷ୍ଟ୍ରପତି ଜି ଜିନପିଙ୍ଗ ପ୍ରତିଯୋଗିତା ଉଦ୍‌ଯାପିତ ନେଇ ଘୋଷଣା କରିଥିଲେ। କରୋନା ମହାମାରୀ ପାଇଁ ପ୍ରତିଯୋଗିତାରୁ ଏକାଧିକ ଖେଳାଳି ଓହରି ଯାଇଥିଲେ ମଧ୍ୟ ଚୀନ୍ ଉକ୍ତ ପ୍ରତିାଯୋଗିତାକୁ ସଫଳତାର ସହିତ ପରିଚାଳନା କରିବାରେ ସକ୍ଷମ ହୋଇଛି।

ଉକ୍ତ ପ୍ରତିଯୋଗିତାରେ ନରୱେ ୧୬ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୧୩ଟି କାଂସ୍ୟ ସହ ମୋଟ ୩୭ ପଦକ ପାଇ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଜର୍ମାନୀ ୧୨ଟି ସ୍ବର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୨୭ ପଦକ ପାଇ ଦ୍ବିତୀୟ, ଆୟୋଜକ ଚୀନ୍‌ ୯ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୧୫ଟି ପଦକ ପାଇ ତୃତୀୟ, ଆମେରିକା ୮ଟି ସ୍ବର୍ଣ୍ଣ, ୧୦ଟି ରୌପ୍ୟ ଓ ୭ଟି କାଂସ୍ୟ ସହ ୨୫ ପଦକ ପାଇ ୪ର୍ଥ, ସ୍ବିଡେନ ୮ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୧୮ ପଦକ ପାଇ ୫ମ ସ୍ଥାନ ହାସଲ କରିଛି।

୨୦୨୬ ଶୀତକାଳନୀ ଅଲିମ୍ପିକ୍‌ସ ଇଟାଲୀର ମିଲାନ ଆଣ୍ଡ କୋଟ୍ରିନା ଅଫ ଆମ୍ପେଜୋ ଷ୍ଟାଡ଼ିୟମରେ ଆୟୋଜିତ ହେବା ନେଇ ଅନ୍ତଜାତୀୟ ଅଲିମ୍ପିକ୍‌ସ କମିଟି ସଭାପତି ଥୋମାସ ବାକ୍ ଘୋଷଣା କରିଥିଲେ।