ଦେଶରେ ୫,୭୮୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଦିନକରେ ଆଉ ୫ ହଜାର ୭୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୦୩,୬୪୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଆଉ ୭,୯୯୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୪୧,୩୮,୭୬୩ରେ ପହଞ୍ଚିଛି। ଆରୋଗ୍ୟ ହାର ୯୮.୩୭%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୫୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୭୫,୮୮୮। ମୃତ୍ୟୁ ହାର ୧.୩୭%। ୮୮,୯୯୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ସକ୍ରିୟ ଆକ୍ରାନ୍ତ ହାର ୦.୨୬%। ଦିନକରେ ଆଉ ୯,୯୦,୪୮୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୬୫,୭୬,୬୨,୯୩୩ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟାରେ ୬୬,୯୮,୬୦୧ ଟିକା ନେଇଥିବା ବେଳେ ମୋଟ ଏଯାଏଁ ୧,୩୩,୮୮,୧୨,୫୭୭ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।