ପ୍ରବଳ ଶୀତ ସାଙ୍ଗକୁ ବର୍ଷା ହେବାର ଆଶଙ୍କା

ନୂଆଦିଲ୍ଲୀ: ପ୍ରବଳ ଶୀତ ସାଙ୍ଗକୁ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି । ଗତକାଲି ବିଳମ୍ବିତ ରାତି ରେ ଦିଲ୍ଲୀରେ ବର୍ଷା ହୋଇଥିଲା । ଆଜି ମଧ୍ୟ ଦିଲ୍ଳୀର କିଛି କିଛି ସ୍ଥାନରେ ବର୍ଷା ହେବ । ଏହାକୁ ନଜର ରେ ରଖି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କେବଳ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯେ, ଆଜି ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ୟୁପିର କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ବର୍ଷା ସାଙ୍ଗକୁ ଶୀତ ବଢ଼ିବ ବୋଲି ଆଇଏମଡି ପକ୍ଷରୁ ଜଣାପଡିଛି ।