ଉଦଘାଟନ ଅପେକ୍ଷାରେ ନୂଆ ପାର୍ଲାମେଣ୍ଟ ଭବନ: ଦେଖନ୍ତୁ ଭିଡିଓ…ଏମିତି ଦିଶିବ..

ନୂଆଦିଲ୍ଲୀ: ନୂଆ ପାର୍ଲାମେଣ୍ଟ ଭବନ ଉଦଘାଟନ ଉତ୍ସବକୁ ନେଇ ଏବେ ରାଜନୀତି ସରଗରମ ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ନୂଆ ପାର୍ଲାମେଣ୍ଟ ଭବନର ପ୍ରଥମ ଚିତ୍ର । ଏହାର ଭିତରର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଛି । ଡ୍ରୋନ କ୍ୟାମେରାରେ ଏହାର ଭିତର ଓ ବିଲ୍ଡିଂ ଉପରର ଚିତ୍ର ଉତ୍ତଳନ କରାଯାଇଛି । ଏହା ଭିତରେ ଅନେକ ସୁବିଧା କରାଯାଇଛି । ନୂଆ ବିଲ୍ଡିଂରେ ବଡ ହଲ, ସହ ପାର୍କିଂ ଓ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି ।

୪ ମହଲା ବିଶିଷ୍ଟ ଏହି ନୂଆ ପାର୍ଲାମେଣ୍ଟ କୋଠାରେ ୧୨୨୪ ଜଣ ସାଂସଦ ବସିବାର ସୁବିଧା ରହିଛି। ନୂଆ ସଂସଦ ଭବନ ୬୪ ହଜାର ୫୦୦ ବର୍ଗଫୁଟ୍ ସ୍ଥାନରେ ତିଆରି ହୋଇଛି । ଲୋକସଭାର ୮୮୮ ଓ ରାଜ୍ୟସଭାର ୩୮୪ ସାଂସଦ ଏଠାରେ ବସିପାରିବେ । ୧ ଅକ୍ଟୋବର ୨୦୨୦ରେ ସଂସଦର କାମ ଆରମ୍ଭ ହୋଇଥିଲା।


ସୂଚନା ଯୋଗ୍ୟ ମେ’ ୨୮ ତାରିଖରେ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ଣ ୧୨ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ସକାଳ ସାଢ଼େ ୭ଟାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ୟ୍ୟକ୍ରମ ଆରମ୍ଭ ହେବ। ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ କିଛି ମନ୍ତ୍ରୀ ଉପସ୍ଥିତ ରହିବେ ।