କ୍ଷତି ଦର୍ଶାଇ କାନାଡାରେ ବନ୍ଦ କରିଦେଲେ ୩ କଲେଜ

ଅନିଶ୍ଚିତତାରେ ଘେରରେ ଭାରତୀୟ ଛାତଛାତ୍ରୀ

ନୂଆଦିଲ୍ଲୀ : କରୋନା କାଳରେ କ୍ଷତି ହୋଇଥିବା ଦର୍ଶାଇ କାନାଡାର କ୍ୟୁବେକ୍‌ରେ ୩ଟି କଲେଜ ଅଚାନକ ବନ୍ଦ ହୋଇଯିବା ଫଳରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ଅନ୍‌ଲାଇନରେ କ୍ଲାସ କରୁଥିବା ୭୦୦ ଛାତ୍ରଛାତ୍ରୀ ଅଧିକ ସଂକଟରେ ପଡ଼ିଛନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଟକି ଯାଇଛି । କିନ୍ତୁ କଲେଜ କର୍ତ୍ତୃପକ୍ଷ ଫି’ ଫେରାଇବାକୁ ମଧ୍ୟ ମନା କରିଦେଇଛି ।

କୁହାଯାଉଛି ଯେ, ରାଇଜିଙ୍ଗ୍ ଫିନିକ୍ସ ଇଣ୍ଟରନ୍ୟାସନାଲ ଇଙ୍କର ୩ଟି କଲେଜ-ଏମ୍ କଲେଜ ଏଚ୍ ମଣ୍ଟ୍ରିଲ, ଶେରବ୍ରୁକରେ ସିଇଡି କଲେଜ ଓ ଲଙ୍ଗୟୁଇଲରେ ସିସିଏସକ୍ୟୁ କଲେଜକୁ ଅଚାନକ ବନ୍ଦ କରିଦିଆଯାଇଛି। ଏହି ୩ କଲେଜ କରୋନା କାଳରେ କ୍ଷତି ହୋଇଥିବା ଦର୍ଶାଇ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତି କାରଣରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଭାରତୀୟ ଛାତ୍ରଛାତ୍ରୀମାନେ ଓଟାୱାସ୍ଥିତ ଭାରତୀୟ ଉଚ୍ଚାୟୋଗ ସହିତ ସଂପର୍କ କରିଛନ୍ତି । ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଡଭାଇଜରି ଜାରି କରାଯାଇଛି ।