ଟ୍ୟୁସନ୍‌ ଯାଉଥିବା ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼

ହଠାତ୍‌ ତାଙ୍କ ପଛପଟେ ଜଣେ ବାଇକ୍‌ ଆରୋହୀ ଏସିଡ୍‌ ପକାଇ ଚମ୍ପଟ୍‌ ମାରିଥିଲେ…..

ଜୟପୁର: କୋଚିଂ ସେଂଟରକୁ ଯାଉଥିବା ଦୁଇଜଣ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରାଯାଇଛି । ଆକ୍ରମଣକାରୀ ବାଇକ୍‌ରେ ଆସି ଏସିଡ୍‌ ପକାଇ ଚାଲିଯାଇଥିଲେ । ଏସିଡ୍‌ ମାଡ଼ରେ ଦୁଇ ଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଉଭୟ ପୀଡ଼ିତା ଜାଣି ନଥିବା କହିଛନ୍ତି । ପୁଲିସ ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ।

ପୁଲିସ ସୂଚନା ମୁତାବକ, ଜୟପୁରର ସାଙ୍ଗାନେର ସଦର ଥାନା ଅଂଚଳରେ ଥିବା ସବାରିୟା ରୋଡ୍‌ରେ ଜଣେ ୧୯ ବର୍ଷର କଲେଜ ପଢ଼ୁଆ ଛାତ୍ରୀ ଚାଲିଚାଲି କୋଚିଂ ସେଂଟରକୁ ଯାଉଥିଲେ । ହଠାତ୍‌ ତାଙ୍କ ପଛପଟେ ଜଣେ ବାଇକ୍‌ ଆରୋହୀ ଏସିଡ୍‌ ପକାଇ ଚମ୍ପଟ୍‌ ମାରିଥିଲେ ।

ଛାତ୍ରୀଙ୍କ କାନ୍ଧରେ ଏସିଡ୍‌ ପଡ଼ିଲା ମାତ୍ରେ ପୋଡ଼ିବା ଆରମ୍ଭ କରିଥିଲା । ବାଇକ୍‌ ଆରୋହୀ ସେଠାରୁ ଦୁଇକିମି ଯିବା ପରେ ଆଉ ଜଣେ ଛାତ୍ରୀଙ୍କ ଉପରକୁ ମଧ୍ୟ ଏସିଡ୍‌ ମାଡ଼ କରିଥିଲା । ଦ୍ୱିତୀୟ ଛାତ୍ରୀଙ୍କର ପିଠିରେ ଏସିଡ୍‌ ପଡ଼ିଥିଲା । ଏସିଡ୍‌ ଜ୍ୱାଳା ସହି ନପାରି ଛାତ୍ରୀଜଣକ ବଡ଼ପାଟିରେ ଚିକ୍ରାର କରିଥିଲେ । ମାତ୍ରଟି ସ୍ଥାନଟି ଶୂନଶାନ୍‌ ଥିବାରୁ ଛାତ୍ରୀଙ୍କୁ କେହି ସାହାଯ୍ୟ କରି ନଥିଲେ । ବାଇକ୍‌ ଆରୋହୀ ହେଲମେଟ୍‌ ପିନ୍ଧି ନଥିଲେ ।