ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ବିବାଦକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଷଦ ରାଷ୍ଟ୍ରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବାର ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁ କେବଳ ୟୁକ୍ରେନ ଡୋନେଟ୍ରସ୍କ ଓ ଲୁହାନସ୍କକୁ ଛାଡି ସମସ୍ତ ୟୁକ୍ରେନ କ୍ଷେତ୍ରରେ ଜରୁରୀକାଳୀନ ସ୍ଥିତି ଲାଗୁ ରହିବ ବୋଲି ୟୁକ୍ରେନ ଜଣେ ଶୀର୍ଷ ସୁରକ୍ଷା ଅଧିକାରୀ କହିଛନ୍ତି । ଏଥିସହ ଜରୁରୀକାଳୀନ ସ୍ଥିତି ଏକ ମାସ ପର୍ଯ୍ୟନ୍ତ ଜାରି ରହିବ । ଆବଶ୍ୟକ ହେଲେ ଏହାକୁ ଆଉ ଏକ ମାସ ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।