ଆମେରିକା ରାଷ୍ଟ୍ରପତି ଓ ନାଟୋ ସଦସ୍ୟଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ : ୟୁରୋପ ଗସ୍ତରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେଠାରେ ହେଉଥିବା ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ (ନାଟୋ)ଙ୍କ ସହ ଜରୁରି ବୈଠକରେ ଯୋଗ ଦେଇଛନ୍ତି । ରୁଷ ୟୁକ୍ରେନ ଉପରେ ଜାରି ରଖିଥିବା ଆକ୍ରମଣ ଯୋଗୁ ଉପୁଜିଥିବା ଅନ୍ତର୍ଜାତୀୟ ସଂକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ବୈଠକରେ ଭାଗ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଲଢେଇ ମାସେ ପାଖାପାଖି ବିତିଲାଣି । ରୁଷ ଆକ୍ରମଣରେ ମଧ୍ୟ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଜନଜୀବନ କ୍ଷୟ ହେଲାଣି । ଅନ୍ୟପକ୍ଷରେ ରୁଷ ଉପରେ ଅନେକ ରାଷ୍ଟ୍ର ପ୍ରତିବନ୍ଧକ ଲଗାଇବା ପରେ ବି ମସ୍କୋ ଉପରେ କୌରସି ଫରକ ପଡୁନି । ସେହିପରି ଏହି ଯୁଦ୍ଧରେ ୟୁକ୍ରେନ ମଧ୍ୟ ପଛକୁ ହଟୁନାହିଁ । ୟୁକ୍ରେନ ମଧ୍ୟ ରୁଷକ ମୁହଁତୋଡ ଜବାବ ଦେଉଛି ।