କରୋନାକୁ ନେଇ ଡବ୍ଲ୍ୟୁଏଚଓର ଚେତାବନୀ

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଇତିମଧ୍ୟରେ ଡବ୍ଲ୍ୟୁଏଚଓ କରୋନା ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛି । କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିବା ସହ ମହାମାରୀରୁ ଆର୍ଥିକ ଓ ସ୍ୱାସ୍ଥ୍ୟ କ୍ଷତିକୁ ରୋକିବା ପାଇଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଏବଂ ରାଜନୈତିକ ପ୍ରତିବଦ୍ଧତା ଏବେ ବି ଜାରି ରହିଛି ବୋଲି ଡବ୍ଲ୍ୟୁଏଚଓ କହିଛି । ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଟ୍ରେଡୋସ ଏଡନୋମ କହିଛନ୍ତି ଯେ, କରୋନା ମହାମାରୀ ସରିନି କିନ୍ତୁ ଅନ୍ତ ଖୁବ୍‌ ନିକଟତର । ମହାମାରୀ ଯୋଗୁ ପ୍ରତି ସପ୍ତାହ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ସେଥିରୁ ଅଧିକାଂଶକୁ ରୋକାଯାଇ ପାରିବ ।