ପୁଣି ୟୁପିରେ ଯୋଗୀ ସରକାର: ସି ଭୋଟର ସର୍ଭେ

ୟୁପି : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ପ୍ରମୁଖ ରାଜନୈତିକ ଦଳଗୁଡିକ ବିଜୟୀ ହେବାନେଇ ଦାବି କରୁଥିବା ବେଳେ ସାମ୍ନାକୁ ଆସିଛି ସି-ଭୋଟର ସର୍ଭେ । କ୍ଷମତାରେ ଥିବା ବିଜେପି ଗତଥର ଅପେକ୍ଷା ଆସନ୍ତା ନିର୍ବାଚନରେ ଆହୁରି ଅଧିକ ସିଟ ପାଇ ବିଜୟୀ ହେବ ବୋଲି ଆକଳଣ କରିସାରିଲେଣି । ଯୋଗୀ ଫ୍ୟାକ୍ଟର ଜରିଆରେ ପୁଣିଥରେ କ୍ଷମତା କେନ୍ଦ୍ର ହାତେଇବାକୁ ପ୍ରୟାସ ଆରମ୍ଭ କରିଦେଲାଣି ବିଜେପି । ଏହାରି ମଧ୍ୟରେ ଜନତାଙ୍କ ମୁଡ ଜାଣିବାକୁ ସର୍ଭେ କରିଛି ସି-ଭୋଟର । ସି-ଭୋଟର ସର୍ଭେ ଅନୁଯାୟୀ ୟୁପିରେ ମୋଟ ୪୦୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୨୧୩-୨୨୧ ଆସନ ପାଉଥିବା ବେଳେ ସମାଜବାଦୀ ପାର୍ଟି ୧୫୨-୧୬୦ ଆସନ ପାଇବାକୁ ଯାଉଛି । ସେହିଭଳି ବହୁଜନ ସମାଜବାଦୀ ପାର୍ଟି ୧୬-୨୦ ଆସନ, କଂଗ୍ରେସ ୬-୧୦ ଆସନ ଏବଂ ଅନ୍ୟମାନେ ୨-୬ଟି ଆସନ ପାଇବେ । ଏହାସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ଶୀର୍ଷରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ୪୧ ପ୍ରତିଶତ ଜନତା ଯୋଗୀଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି