ଭୂକମ୍ପ ପୂର୍ବରୁ ମିଳିବ ସୂଚନା!

ଚେନ୍ନାଇ: ଆଇଆଇଟି ମାଡ୍ରାସର ଗବେଷକ ଏକ ପ୍ରଣାଳୀ ବିକଶିତ କରିଛନ୍ତି ଯେଉଁଥିରୁ ଭୂମିକମ୍ପର ପୂର୍ବରୁ ସୂଚନା ମିଳିପାରିବ । ଭୂଗର୍ଭିୟ ତରଙ୍ଗ ଭୂପୃଷ୍ଠ ସହ ଧକ୍କା ଲାଗିବା ପର୍ଯ୍ୟନ୍ତ ୩୦ ସେକେଣ୍ଡରୁ ୨ ମିନିଟ ପୂର୍ବରୁ ସୂଚନା ମିଳିପାରିବ । ହୁଏତ ଏହି ସମୟ ସ୍ୱଳ୍ପ ହୋଇପାରେ । ହେଲେ ପ୍ରାକୃତିକ ଦୁର୍ବିପାକରୁ ଜୀବନ ବଞ୍ଚାଇବା ଲାଗି ଲୋକଙ୍କୁ ନିଶ୍ଚିତ ରୂପେ ସହାୟକ ହେବ । ଯାହା ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନ ସୁରକ୍ଷା ଦିଗରେ ସହାୟକ ହୋଇପାରିବ । ଆଇଆଇଟି ମାଡ୍ରାସର କେମିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅଋଣ କେ.ତଙ୍ଗୀରାଲାଙ୍କ ନେତୃତ୍ୱରେ ଭୂମିକମ୍ପ ସତର୍କତା ପ୍ରଣାଳୀର ଗବେଷଣା ଚାଲିଥିଲା । ଏହି ଗବେଷକ ଦଳଙ୍କ ଗବେଷଣା ରିପୋର୍ଟ ପ୍ଲସ ୱାନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି । ଭୂକମ୍ପର ଉତ୍ପତି ସ୍ଥଳ ଓ ମନିଟରିଂ ସେଣ୍ଟରର ଦୂରତା ଅନୁସାରେ ଆଗୁଆ ସତର୍କତା ସୂଚନା ସର୍ବାଧିକ ୩୦ ସେକେଣ୍ଡ ପୂର୍ବରୁ ମିଳିପାରିବ ବୋଲି ଆଶା କରାଯାଉଛି ।