ଦିନିକିଆ ଓ ଟେଷ୍ଟ ଅଧିନାୟକ ଛାଡିବେ କୋହଲି

ମୁମ୍ବାଇ: ବିରାଟ କୋହଲି ଟି-୨୦ ପରି ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦ ମଧ୍ୟ ଛାଡିପାରନ୍ତି । ଏନେଇ ବିସିସିଆଇ କୋହଲିଙ୍କ ସହ ଏ ବିଷୟରେ ଆଲୋଚନା କରିବ ବୋଲି ସୂଚନା ଦେଇସାରିଛି । ଏକ ଗଣମାଧ୍ୟମରେ ରବୀ ଶାସ୍ତ୍ରୀ କହିଛନ୍ତି ଟେଷ୍ଟ କ୍ରିକେଟରେ କୋହଲିଙ୍କ ନେତୃତ୍ୱରେ ଭାରତ ଶୀର୍ଷରେ ରହି ଆସିଛି । ସେ ପର୍ଯ୍ୟନ୍ତ ଟେଷ୍ଟ ଦଳର ଅଧିନାୟକ ଛାଡିବା ଉଚିତ୍‌ ନୁହେଁ । ହେଲେ ନିକଟ ଭବିଷ୍ୟତରେ ସେ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ସବୁ ଫର୍ମାଟର ଅଧିନାୟକ ପଦ ଛାଡିପାରନ୍ତି । ସମୟ କ୍ରମେ କୋହଲି ସବୁ ଫର୍ମାଟରୁ ଅଧିନାୟକ ପଦରୁ ଅବ୍ୟାହିତ ନେବେ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଶାସ୍ତ୍ରୀ କହିଛନ୍ତି, ବହୁତ ସଫଳ ଖେଳାଳି ନିଜର ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡିଛନ୍ତି