ଜାପାନରେ ଜେଲେନସ୍କି-ମୋଦୀ ସାକ୍ଷାତ ଆଲୋଚନା

ହିରୋସିମା :  ଜି-୭ ବୈଠକ ଅବସରରେ ଜାପାନର ହିରୋସିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ଅନେକ ଶୀର୍ଷ ନେତୃବୃନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଭୋଲଦମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ୟୁକ୍ରେନ୍-ରୁଷିଆ ଯୁଦ୍ଧ ମଧ୍ୟରେ ଦୁଇ ଶୀର୍ଷ ନେତାଙ୍କ ଏହା ପ୍ରଥମ ସାକ୍ଷାତ ବୋଲି​‌​ କୁହାଯାଉଛି। ଜି-୭ ବୈଠକ ଅବସରରେ ଏହି ଦୁଇ ବଡ଼ ନେତାଙ୍କ ସାକ୍ଷାତକୁ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ଗୁରୁତ୍ବ ଦିଆଯାଉଛି।  ହିରୋସିମାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଜେଲେନସ୍କି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସାକ୍ଷାତ ଆଲୋଚନା ସମୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇଛି । ପାରସ୍ପରିକ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ବୋଲି କୁହାଯାଉଛି । ଭାରତର  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ୟୁକ୍ରେନର ବରିଷ୍ଠ ଅଧିକାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।