ଇଡି କାର୍ଯ୍ୟାଳୟରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଦିନକୁ ଦିନ ନୂଆ ମୁହଁ ସାମ୍ନାକୁ ଆସିବାରେ ଲାଗିଛି । ଆଜି ଇଡି କାର୍ଯ୍ୟାଳୟରେ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁ ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ପ୍ରମୋଦ ହାଜର ହୋଇଥିବା ସୂଚନା ମିଳିଛି । ଇଡି କାର୍ଯ୍ୟାଳୟରେ ହାଜର ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପ୍ରମୋଦ ସ୍ୱାଇଁ । ପ୍ରମୋଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ୍‌ କରୁଥିଲେ । ଇଡିରୁ ଫେରିବା ପରେ ସମସ୍ତ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖିବେ ବୋଲି କହିଛନ୍ତି ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ପୂର୍ବରୁ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ ଅର୍ଚ୍ଚନା ନାଗ ।