ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ମାମଲା

 ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ହଜାର ୨୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,୦୬୫ପଜିଟିଭ୍ ଥିବା ବେଳେ, ସଂଗରୋଧରୁ ୫,୯୬୨ ଓ ସ୍ଥାନୀୟ ସଂକ୍ରମିତ ୪,୩୧୧ ଜଣ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୩,୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮୫, ବାଲେଶ୍ୱର ୪୫୭, ବରଗଡ ୧୦୨, ଭଦ୍ରକ ୧୦୨, ବଲାଙ୍ଗିର ୧୯୧, ବୈଦ୍ଧ ୨୭, କଟକ ୮୪୪, ଦେବଗଡ ୨୩, ଢେଙ୍କାନାଳ ୬୯, ଗଜପତିରୁ ୧୨୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୫୫, ଜଗତସିଂହପୁର ୧୩୨, ଯାଜପୁର ୧୪୩, ଝାରସୁଗୁଡା ୨୦୨, କଳାହାଣ୍ଡି ୨୦୩, କନ୍ଧମାଳ ୨୬, କେନ୍ଦ୍ରାପଡା ୭୪, କେନ୍ଦୁଝରରେ ୧୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୮୬, ମାଲକାନଗିରି ୩୦, ମୟୁରଭଞ୍ଜ ୩୪୦, ନବରଙ୍ଗପୁର ୧୨୫, ନୟାଗଡ ୧୨୧, ନୂଆପଡା ୪୫, ପୁରୀ ୨୬୯, ରାୟଗଡା ୧୮୩, ସମ୍ବଲପୁର ୫୨୯, ସୋନପୁର ୧୩୨, ସୁନ୍ଦରଗଡ ୧୦୪୯ ଓ ଷ୍ଟେଟପୁଲରୁ ୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧ହଜାର ୪୪୭ କରୋନା ଆକ୍ରାନ୍ତ ।