୧୧ କେ.ଭି ବିଦ୍ୟୁତ ନେଲା ଗଜରାଜ ର ଜୀବନ

ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ଭିନ ଭିନ୍ନ ….

କେନ୍ଦୁଝର: ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ଭିନ ଭିନ୍ନ କାରଣ ନେଇ ମରୁଛନ୍ତି ହାତୀ । କେତେବେଳେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଉଛି ତ, ଆଉ କେତେବେଳେ ବିଦ୍ୟୁତ ଆଘାତରୁ ହାତୀ ମୃତ୍ୟୁ ହେଉଛି । ରାଜ୍ୟରେ ହାତୀ ମୃତ୍ୟୁ ବଢିଚାଲିଥିବା। ପ୍ରାୟ ହାତୀଙ୍କୁ ଦାନ୍ତ ପାଇଁ ଶିକାର କରାଯାଉଥିବା ବେଳେ କିଛି ବିଦ୍ୟୁତ ଆଘାତ ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି । ବିଦ୍ୟୁତ ଆଘାତ ଯୋଗୁ ପ୍ରାୟ ହାତୀଙ୍କ ମୃତ୍ୟୁ ହେଉଥିବାରୁ ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସରକାର ।୧୧ କେ.ଭି ବିଦ୍ୟୁତ ନେଲା ଗଜରାଜ ର ଜୀବନ,ଗଜଶୂନ୍ୟ ହେବକି କେନ୍ଦୁଝର ଜିଲ୍ଲା ରେ?

ବାମେବାରୀ ଥାନା ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ରେ ଥମୁନି ହାତୀଙ୍କ ମୃତୁ୍ । କିଛି ଦିନ ତଳେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଆମତ ଗତ ୧୦ବର୍ଷ ଭିତରେ ୭୮୪ ହାତୀ ମୃତ ବୋଲି ବିଧାନସଭା ରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ କେଵଳ କେନ୍ଦୁଝର ଜିଲ୍ଲାରେ ୭୦ ରୁ ୭୫ ହାତୀଙ୍କ ମୃତ୍ୟୁ ଘଟିଛି।ବିଶ୍ଵ ରେକର୍ଡ କରିବ କି କେନ୍ଦୁଝର???? , ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ର ପୂର୍ବତନ ପ୍ରୋ ମିନେରାଲ ବର୍ତ୍ତମାନ ର ଆଦିତ୍ୟ ବିର୍ଲା କମ୍ପାନୀ ନିକଟରେ । ଲୋକଙ୍କ କହିବା କଥା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ର ଶଙ୍ଖ ଲିକ୍ ଥିବା ଯୋଗୁଁ ଖୁଣ୍ଟ ରେ ଦିଆଯାଇଥିବା ଟଚନ ତାରରେ କରେଣ୍ଟ ଆସିଥିଲା ଫଳରେ ଏକ ଦନ୍ତା ହାତୀ ଯାଉଥିବା ବେଳେ ସେହି ତାରରେ ଲାଗି ଯାଇ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଦନ୍ତା ହାତୀ ଟିର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ଜୋର ଧରିଛି ଅଞ୍ଚଳ ରେ ।ବଡ଼ବିଲ ରୁ ଡ଼ିମ୍ପଲ ସାଣ୍ଡିଲ ରିପୋର୍ଟ।