ନଭେମ୍ବର ୧୪ ତାରିଖରେ ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ ଆସନ୍ତା ୧୪ରୁ ୧୯ ତାରିଖ ମଧ୍ୟରେ ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ପିଲା ଫର୍ମ ପୂରଣ କରିବେ । ଏହାର ଫି’ ଦାଖଲ କରିବେ ୨୧ ତାରିଖରୁ ୨୩ ତାରିଖ ଭିତରେ ।

ଯଦି ଆପଣ ଫର୍ମ ପୂରଣ କରି ନଥିବେ ତେବେ ୨୪ରୁ ୨୬ ତାରିଖ ଭିତରେ ୧୦୦ ଟଙ୍କା ଫାଇନ ଦେବେ । ଏହି ତାରିଖ ଠାରୁ ଯଦି ବିଳମ୍ବ ହୁଏ ତେବେ ୨୮ ରୁ ୩୦ ମଧ୍ୟରେ ୪୫୦ ଟଙ୍କା ୨୮ ରୁ ୩୦ ମଧ୍ୟରେ ଜୋରିମନା ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଏହାପରେ ମଧ୍ୟ ଯଦି ଛାତ୍ରଛାତ୍ରୀ ଫର୍ମପୂରଣ କରି ନାହାନ୍ତି ତେବେ ଡିସେମ୍ବର ୧ ରୁ ୩ ତାରିଖ ମଧ୍ୟରେ ଫାଇନ ଦେଇ ଫର୍ମ ପୂରଣ କରିପାରିବେ । କଲେଜର ସାମ୍ସ ପୋର୍ଟାଲ ଜରିଆରେ କତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ ।