୨ ଏଟିଏମ ଲୁଟେରାଙ୍କୁ ଗିରଫ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ୨ ଏଟିଏମ ଲୁଟେରା ଗିରଫ। ଓଲଡ଼ଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ସୂଚନା ମୁତାବକ, ୨ ଏଟିଏମ ଲୁଟେରା ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରୁଥିବା ବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ବଢ଼େଇବାଙ୍କ ଛକ ନିକଟରେ ଥିବା ଏଟିଏମ ଆଗରେ ଲୁଟେରାକୁ ଧରିଥିଲେ ସ୍ଥାନୀୟ ଲୋକେ । ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟାଣସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।