ରାଜ୍ୟରେ ଆଉ ୨ ଦିନ ଅସମ୍ଭାଳ ତାତି

ଭୁବନେଶ୍ୱର: ମାଡ଼ି ଆସୁଛି ଡହଡହ ତାତି । ଦୁଇ ଦିନ ସାରା ରାଜ୍ୟରେ ଜାରି ରହିବ ଅସହ୍ୟ ଗରମ ଓ ଗୁଳୁଗୁଳି । ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୧୬ ଓ ୧୭ ଦୁଇ ଦିନ ଧରି ଜଳିବ ସାରା ରାଜ୍ୟ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ସଙ୍ଗୀନ ରୂପ ଧାରଣ କରିବ । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ବଢିବ ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୂ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ତାତିର ପ୍ରଭାବ ବୃଦ୍ଧି ପାଇବ । ଡହଡହ ଖରାରେ ସାରା ରାଜ୍ୟ ସିଝିବ । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବ । ଏପରିକି କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି ।