୨୪ ଘଣ୍ଟାରେ ୨୦୮୫ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଗତକାଲି ଦିନକ ମଧ୍ୟରେ ୨୦୮୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୧୯୮ ଏବଂ ସ୍ଥାନୀୟ ସଂକ୍ରମିତ ୮୮୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୫୨୮ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୭୩, ବାଲେଶ୍ୱର ୧୧୩, ବରଗଡ ୧୫, ଭଦ୍ରକ ୧୭୩, ବଲାଙ୍ଗିର ୭ ଓ ବଉଦ ଜିଲାରୁ ୩ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ଜିଲାରୁ ୨୧୦, ଦେବଗଡ ୪, ଢେଙ୍କାନାଳ ୪୧, ଗଜପତି ୧୯, ଗଞ୍ଜାମ ୧୪, ଜଗତସିଂହପୁର ୧୩୨, ଝାରସୁଗୁଡା ୧୦, କନ୍ଧମାଳ ୧୮, କେନ୍ଦ୍ରାପଡା ୯୪, କେନ୍ଦୁଝର ୨୪, କୋରାପୁଟରୁ ୧୬ ଚିହ୍ନଟ ହୋଇଛନ୍ତି।

ମାଲକାନଗିରିରୁ ୧୯, ମୟୁରଭଞ୍ଜ ୮୪, ନବରଙ୍ଗପୁର ୧୮, ନୟାଗଡ ୬୦, ନୂଆପଡା ୫, ପୁରୀ ୧୦୬, ରାୟଗଡା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ ୨୫ ଏବଂ ଷ୍ଟେଟପୁଲରୁ ୧୧୦ ଚିହ୍ନଟ ହୋଇଛନ୍ତି।