୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର,(ଏସ୍ ନ୍ୟୁଜ୍): ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲର ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୩ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ତେବେ ଏହି ୩ ସରକାରୀ ଅଧିକାରୀଙ୍କୁ ଯାଜପୁର ଜିଲ୍ଲା ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବନ କରିଛନ୍ତି ।
ସୂଚନା ଅନୁସାରେ, ଜରୀ ପଞ୍ଚାୟତର ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥ ସାରଥୀ ଓ କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କୁ ଜିଲ୍ଲା ନିଲମ୍ବନ କରିଥିବା ଜଣାପଡିଛି ।
ପଞ୍ଚାୟତରେ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ରବିବାର ଜିଲ୍ଲାପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି ।