ନଦୀରେ ଭାସି ଯାଇ ୩ ଛାତ୍ର ନିଖୋଜ

ଭୁବନେଶ୍ୱର : ଦେବୀ ନଦୀରେ ଭାସିିଯାଇ ୩ ଜଣ ଛାତ୍ର ନିଖୋଜ ଅଛନ୍ତି । ଜଗତସିଂହପୁର ଜିଲା ମାଛ ଗାଁ ନିକଟରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟ ଘଟିଛି । ସେମାନେ ସମସ୍ତ ଭୁବନେଶ୍ୱରର ରୁ ଯାଇଥିବା ଜଣାପଡିଛି । ନିଖୋଜ ଛାତ୍ର ଭୁବନେଶ୍ୱରରେ +୨ ରେ ପଢୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ସ୍ଥାନୀୟ ଆମ୍ବଶାଳର ଜଣେ ଛାତ୍ର ନଦୀକୁ ଯାଇଥିଲା । ଗାଧୋଇବା ସମୟରେ ଅସାବଧାନତାବଶତଃ ସମସ୍ତେ ପାଣି ଭାସିଯାଇଥିବା ଅନୁମାନ କରାଯାଉଛି ।