ମେ’ ୬ରେ ଲଘୁଚାପ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାମ୍ନାକୁ.,….

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମେ’ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ‘୬ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । । ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ମାସରେ ଲଘୁଚାପ ହେଲେ ତୀବ୍ରତା ବଢ଼ିବା ସମ୍ଭାବନା ଅଧିକ ଥାଏ । ତେଣୁ ୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ଅଧିକ ତୀବ୍ର ହୋଇପାରେ ।’ ତେବେ ଲଘୁଚାପ କିଭଳି ତୀବ୍ରତର ହେବ ଓ କୁଆଡେ ଗତି କରିବ, ତାହା ସ୍ପଷ୍ଟ ହୋଇନି ବୋଲି ଆଇଏମଡି ନିର୍ଦ୍ଦେଶକ କହିଛନ୍ତି ।