ଡଙ୍ଗା ବୁଡ଼ି ୪ ଜଣଙ୍କର ମୃତ୍ୟୁ

କୋରାପୁଟ : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ଡଙ୍ଗା ବୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି । ଡଙ୍ଗାରେ ଥିବା ଅନ୍ୟ ୪ ଜଣଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତ ୪ ଜଣଙ୍କ ମଧ୍ୟରେ ୩ ମହିଳା ଥିବା ରାଜପୁଟ  ସରପଞ୍ଚ ସୂଚନା ଦେଇଛନ୍ତି । ଏକ ଦେଶୀ ଡଙ୍ଗାରେ ୮ ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।