ଦିନକରେ ୪୦୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନକ ମଧ୍ୟରେ ୪୦୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରୁ ୫ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ କଟକ ଜିଲାରେ ଜଣଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୩୮ ଓ ସ୍ଥାନୀୟ ସଂକ୍ରମିତ ୧୬୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ଶିଶୁ ଓ କିଶୋର ୭୪ ଜଣ ରହିଛନ୍ତି ।

ରାଜ୍ୟର ଅନୁଗୁଳରେ ୨, ବାଲେଶ୍ୱର ୧୬, ବରଗଡ ୧, ଭଦ୍ରକ ୨, କଟକରେ ୬୩ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରେ ୨, ଜଗତସିଂହପୁର ୧୮, ଯାଜପୁର ୧୭, କେନ୍ଦ୍ରାପଡା ୧୦, ଖୋର୍ଦ୍ଧା ଜିଲାରେ ୧୬୭ ଚିହ୍ନଟ ହୋଇଛନ୍ତି । ସେହିଭଳି କୋରାପୁଟ ଜିଲାରେ ୩, ମାଲକାନଗିରି ୧, ମୟୁରଭଞ୍ଜ ୨୬, ନୟାଗଡ ୫, ସମ୍ବଲପୁରରେ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୨ ଓ ଷ୍ଟେଟପୁଲରୁ ୩୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ରାଜ୍ୟରେ ୬୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ୫୦୭୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରାଜ୍ୟରେ ରହିଛନ୍ତି ।